ସିନେମା ଦେଖା

ନିଶାମଣି ସିନେମା, ଲିଙ୍କରୋଡ, କଟକ ସାମନାସ୍ଥ ଅଣ୍ତାଚପ୍ ଠେଲାଗାଡି। ଘଟଣାଟି ସେବେକା କଥା ଯେତେବେଳେ ଏହି ଫିଲ୍ମହଲରେ ହଲିଉଡର ମାର୍କାଯୁକ୍ତ ପୌରାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିଲା। ୩:୩୦ବାଲା ଶୋ ଦେଖିସାରିବା ପରେ ଅଣ୍ତାଚପ୍ ଅର୍ଡର୍ କରି ଅପେକ୍ଷାରତ ଅକାଳ ଓ ଖଡାଖିଆ। ସାଙ୍ଗ ନସରପସରିଆ ଓ ବିକଳିଆ ଏକ ନମ୍ବର କାମ ସାରି ଆସୁଥାନ୍ତି।

ଖଡାଖିଆ:          ଶଃ! ପୁରା ନଙ୍ଘା ହେଇ ନଥିଲା ଫିଲ୍ମଟା?

ଅକାଳ:               ହଁ! କିନ୍ତୁ ଯାହା କହ ଟ୍ରେଲର୍ ଦେଖି ପଇସା ଉଠିଗଲା ପୁରା! ନା କଣ କହୁଛୁ?

ଖଡାଖିଆ:          ବିଲକୁଲ ସତକଥା!

(ହଠାତ୍ ବାଦାମବାଡି ପଟରୁ ଆସୁଥିବା ୩ଜଣ ଯୁବତୀଙ୍କୁ ଦେଖି ଖଡାଖିଆର କାନ ଠିଆ ହୋଇଗଲା।)

ଖଡାଖିଆ:          ବେ ଅକାଳ! ଏଇ ଯୋଉ ତିନିଜଣ ୟାଡୁକୁ ଆସୁଛନ୍ତି, ଚିହ୍ନିଲା ଚିହ୍ନିଲା ରକମ ଲାଗୁଛନ୍ତି! ଆମ କଲେଜ ଟୋକି କି?

ଅକାଳ:               ବେ ହଁ ତ! ମୋତେ ବି ସେୟା ଲାଗୁଛି!

ଖଡାଖିଆ:          କଣ କରିବା? ଏଠି ଠିଆ ହବା ନା ସିନେମାହଲ୍ ଭିତରକୁ ପଳେଇବା?

ଅକାଳ:               ରହ ବେ! ଏଠୁ ଏବେ ହଲିଲେ ଅଣ୍ତାଚପଗୁଡା ଆଉ କେହି ନେଇଯିବ। ତା’ଛଡା ତୁ କାହିଁକି ଛାନିଆ ହଉଛୁ?

ଖଡାଖିଆ:          ମୁଁ କାହିଁକି ଛାନିଆ ହେବି ବେ? ଦେଖିଲେ ଦେଖନ୍ତୁ, ଆମର କଣ ଭାସି ଯାଉଛି?

ଅକାଳ:               ସେୟା! (ଦୋକାନୀକୁ) ଭାଇନା, ଚପଟା ଆଜିସୁଦ୍ଧା ମିଳିଯିବ ତ?

(ଯୁବତୀତ୍ରୟ ସତକୁସତ ତଳବ୍ୟାଚର ଥିଲେ। ସେମାନଙ୍କ ଭିତରୁ ଦୁଇଜଣ ଯଥାକ୍ରମେ ନସରପସରିଆ ଓ ବିକଳିଆଗାର୍ଲଫ୍ରେଣ୍ଡ !)

ଯୁବତୀ‐୧:          ଆପଣମାନେ ଏଠି କଣ କରୁଛନ୍ତି?

ଅକାଳ:              ଏଇ ସିନେମା ଦେଖିବାକୁ ଆସିଥିଲୁ ନିଶାମଣିରେ ଆଉ!

ଯୁବତୀ‐୨: (ପୋଷ୍ଟର୍ ଉପରୁ ଆଖି ବୁଲେଇ ଆଣି) ଏ ମା! ଆପଣମାନେ ଏମିତି ସିନେମା ସବୁ ଦେଖନ୍ତି?

ଅକାଳ:              କେମିତି ସିନେମା ସବୁ ଦେଖିଲୁ କି?

ଯୁବତୀ‐୨:         ଏମିତି ମାର୍କାଯୁକ୍ତ  ପୌରାଣିକ ସିନେମା ସବୁ…

ଖଡାଖିଆ:         ମଲା! ୧୮ କେବେଠାରୁ ପୁରିଲାଣି ପା!

ଯୁବତୀ‐୧:         ଆପଣମାନଙ୍କୁ କହି କିଛି ଲାଭ ନାହିଁ। ଆଚ୍ଛା, ଖାଲି ଆପଣ ୨ଜଣ ନା ଆଉ କେହି ବି ଆସିଛନ୍ତି?

ଅକାଳ (ଖଡାଖିଆ ମୁହଁକୁ ଚାହିଁ ମୁଚୁକୁନ୍ଦିଟିଏ ମାରି): ନା ନା! ନସରପସରିଆ ଓ ବିକଳିଆ ବି ଆସିଛନ୍ତି।

ଯୁବତୀ‐୧ (ବିଚଳିତ ହୋଇ): ଆଚ୍ଛା? ସେ ଦୁଇଜଣ କୁଆଡେ ଗଲେ?

ଖଡାଖିଆ:         ବାଥରୁମ୍ କରି ଆସୁଛନ୍ତି। ହଲଭିତରେ ଅଛନ୍ତି। ବିଶ୍ୱାସ ହଉନି ଯଦି ଛାପିକି ରୁହ, ଆସିଲେ ଦେଖିବ!

(ଯୁବତୀତ୍ରୟ ଟିକେ ଲୁଚିକି ରହିଲେ। କିଛି ସମୟ ପରେ ନସରପସରିଆ ଓ ବିକଳିଆ ଫେରିଲେ।)

ନସରପସରିଆ: ବେ ଅକାଳ! କଣ ବେ ଏ ପର୍ଯ୍ୟନ୍ତ ଅଣ୍ତାଚଅଅଅ….

(ଯୁବତୀମାନଙ୍କୁ ଦେଖି ନସରପସରିଆ ହତବାକ୍ ଆଉ ବିକଳିଆର ଝାଳ ବୋହି ଗଲା! ଠିକ୍ ଏଇ ସୟରେ ଅଣ୍ତାଚପ୍ ରେଡି ହେଇଯିବାରୁ ଅକାଳ ଓ ଖଡାଖିଆ ଖାଇବାରେ ଧ୍ୟାନ ଦେଲେ। ଯୁବତୀତ୍ରୟ ତମତମ ହୋଇ ଘଟଣାସ୍ଥଳରୁ ପ୍ରସ୍ଥାନ କଲେ।)

 

ସୂଚନା

ଘଟଣାର ପ୍ରାୟ ମାସେ ପର୍ଯ୍ୟନ୍ତ ନସରପସରିଆ ଓ ବିକଳିଆ ନିଜନିଜ ଗାର୍ଲଫ୍ରେଣ୍ତଙ୍କ ଦ୍ୱାରା ଗ୍ରିଲିତ ହେଲେ।

ଅକାଳ ଓ ଖଡାଖିଆସାଙ୍ଗରେ ସେମାନେ ସମସ୍ତ ପ୍ରକାର ସମ୍ପର୍କ ତୁଟେଇ ଦେଲେ।

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s