ପ୍ରେମ

କଲେଜ ହଷ୍ଟେଲର ରୁମ୍ ନଂ‐୨୪। ରୁମର ବାସିନ୍ଦାଦ୍ୱୟ ‐ ଅକାଳ ଆମ୍ୟୁଜିତ ଓ ପଖାଳଖିଆ ବେଶ୍ ବିବ୍ରତ।

ଅକାଳ: ବେ ପଖାଳ! ହ୍ୟାପ ସକାଳୁ ସକାଳୁ କାହିଁଁକି ଭେଁଁ ଭେଁଁ କରୁଛୁ ବେ?

ପଖାଳଖିଆ: (ସାଷ୍ଟମ ହୋଇ) ତୁ ବୁଝି ପାରିବୁନି ରେ! ପ୍ରେମର ଜ୍ୱାଳା ଏଟା! ତୁ ଶଃ ଝିଅଙ୍କ ପଇସାରେ ଜଳଖିଆ ଖାଇଦବା ଲୋକ, ତୋ ମୁଣ୍ତରେ ପଶିବନି ୟେ ପାଠ!

ଅକାଳ: ଆଚ୍ଛା, ଏମନ୍ତ କଥା! ମୋ କଥା ଛାଡ ତୁ ଆଗେ କହ କିଏ ସେ ଲଙ୍କସୁନ୍ଦରୀ ଯିଏ ତୋତେ ୟେ ଜ୍ୱାଳା ଦେଇଛି।

ପଖାଳଖିଆ: ତୁ ତାକୁ ଜାଣିଛୁ ବେ। ତେନ୍ତୁଳିଖଟା ମନେ ପଡୁଛି? ରୋଲ୍ ନଂ ୩୭?

ଅକାଳ: ହଁଁ ହଁଁ! ମନେ ପଡିଲା। ହେଲେ ତେନ୍ତୁଳିଖଟାକୁ କହିଛୁ ତୋ ଜ୍ୱାଳା କଥା?

ପଖାଳଖିଆ: ଅସୁବିଧାଟା ପ୍ରକୃତରେ ସେଇଠି। କହିବାକୁ ସାହସ ହଉନି। ମନା କରି ଦେବ ଯଦି?

ଅକାଳ: ଆରେ ହେ! ମାନେ ତୁ ପୁରା ମନମୋହନ? ନିଆଁଁ ଏକପାଖିଆ ଲାଗିଲେ ତୁ ନିଜେ ଜଳି ପୋଡିଯିବୁ। ଆଗେ ଯାଇକି ତେନ୍ତୁଳିଖଟାକୁ ନିଜ ମନ କଥା କହ। କନଫାର୍ମ୍ ହେଇଯା ସିଆଡେ ବି ସମପରିମାଣ ଜ୍ୱାଳା ଅଛି କି ନା।

ପଖାଳଖିଆ: ନା ଭାଇ! ମନା କରି ଦବ ଯଦି!

ଅକାଳ: ମନା କରି ଦବ ଯଦି କରି ଦଉ। ତୋ ଭେଁଁ ଭେଁଁ ତ ବନ୍ଦ ହବ!

ପଖାଳଖିଆ: ନା! ମୁଁଁ କହି ପାରିବିନି।

ଅକାଳ: ହଉ, ତାହେଲେ ତୋ ତରଫରୁ ମୁଁଁ ପଚାରି ବୁଝିଲେ ଚଳିବ?

ପଖାଳଖିଆ (ମୁହଁଁରେ ଆନନ୍ଦର ଲହରୀ): ଅକାଳ ମୋ ଭାଇଟା! ତୁ ସତରେ ମୋ ପାଇଁଁ ହନୁମାନ ହବୁ? ସୀତାଙ୍କ ପାଖକୁ ଯିବୁ ସମ୍ବାଦ ନେଇ?

ଅକାଳ: ନିଶ୍ଚୟ ପ୍ରଭୁ! ହେଲେ ହନୁମାନ ଏଥର ମାଗଣାରେ ଲଙ୍କାକୁ ଯିବନାହିଁଁ। ପାଉଣାଗଣ୍ତାଏ ଦରକାର। ରାମା ହୋଟେଲରେ ଆଗତୁରା ଜଳଖିଆ ଖୁଆଇବାକୁ ପଡିବ।

ପଖାଳଖିଆ: ମୁଁଁ ରାଜି। କାମ ହେଇଯିବା ଦରକାର।

ଅକାଳ: ସୋମବାର ଦିନ ଜୁଲୋଜି ପ୍ରାକ୍ଟିକାଲ କ୍ଲାସପରେ କରିବା। ଭେନୁ ହେଲା କୁନା ଚା’ଦୋକାନ। ହେଲା?

(କୁନା ଚା’ଦୋକାନର ଟେବୁଲ୍। ଅକାଳ ପଖାଳଖିଆ ସାଙ୍ଗରେ ଆଉ ତେନ୍ତୁଳିଖଟା ବେସରବଟା ସହିତ।)

ଅକାଳ: ତେନ୍ତୁଳିଖଟା! ତୋ ସାଙ୍ଗେ ଗୋଟେ ଜରୁରୀ କଥା ଅଛି। ପଖାଳଖିଆକୁ ନେଇ।

ତେନ୍ତୁଳିଖଟା: (ଚା ପିଉ ପିଉ) କଣ କଥା କହୁନୁ!

ଅକାଳ: ପଖାଳ କହୁଛି ସେ ତୋ ପ୍ରେମ ଜ୍ୱାଳାରେ ଉବୁଟୁବୁ ହଉଛି।

(ଅକାଳ ଜାଣିଶୁଣି କିଛି ସମୟ ଚୁପ୍ ରହିଲା, ତେନ୍ତୁଳିଖଟାର ପ୍ରତିକ୍ରିୟା ଅପେକ୍ଷାରେ। କିଛି ସମୟ ଭାବିବା ପରେ ତେନ୍ତୁଳିଖଟା ଉତ୍ତର ଦେଲା।)

ତେନ୍ତୁଳିଖଟା: ସେକଥା ଛାଡ, ତୋର ଏସବୁ କଥାରେ କଣ ଭୂମିକା?

ଅକାଳ: ଗୁଡ୍ କୁଶ୍ଚେନ୍! ପଖାଳ ହେଲା ରାମ, ତୁ ସୀତା, ମୁଁଁ ହନୁମାନ ଆଉ ୟେ ବେସରବଟା ତୋ ଦାସୀ! ଏବେ ମୋ ପ୍ରଶ୍ନର ଉତ୍ତର ଦେ।

(ବେସରବଟା ହାତମୁଠା କରି ଅକାଳକୁ ଦେଖେଇଲା।)

ତେନ୍ତୁଳିଖଟା: (ନାକ ଟେକି) ୟେ ବିଷୟରେ ମୁଁଁ କେବେ ଚିନ୍ତା କରିନାହିଁଁ। ଭାବିକି କହିବି।

ଅକାଳ: ତୁ କଣ ମାଧୁରି ଦୀକ୍ଷିତ ନା ଦିବ୍ୟା ଭାରତୀ? ଭାବିକି କଣ କହିବୁ? ହଁଁ କି ନା ସିଧା ସିଧା କହି ଦେ। କାମ ଶେଷ!

ତେନ୍ତୁଳିଖଟା: କହିଲି ପରା ଭାବିକି କହିବି। ୟେ ପଖାଳ କୋଉ ସନି ଦେୱଲ କି ଶାହରୁଖ ଖାନଟା! ଚାଲ୍ ବେସର, ଆମେ ଯିବା ଚାଲ୍!

ଅକାଳ: ବେ ପଖାଳ! ନୂଆ ଝିଅ ଦେଖ ବେ! ଭାରି ଭାଉ ଖାଉଛି ତେନ୍ତୁଳିଖଟାଟା!

(ପଖାଳଖିଆ ମୁଣ୍ତରେ ହାତ। ତେନ୍ତୁଳିଖଟା ନିଜ ସଖୀ ବେସରବଟାକୁ ନେଇ କୁନା ଚା’ଦୋକାନରୁ ପ୍ରସ୍ଥାନ! ଅକାଳ ଚା’କପରେ ଧ୍ୟାନ ଦେଲା!)

ହେଲେ କାହାଣୀ ଏଠି ସରି ନାହିଁଁ! ପ୍ରାୟ ୨-୩ମାସ ପରେ ପୁଣି କୁନା ଚା’ଦୋକାନ, ପୁଣି ସେହି ପାତ୍ର କିନ୍ତୁ ନୂଆ କାହାଣୀ। ପଖାଳଖିଆ ବିଛେଇ ଥିବା ପ୍ରେମଜାଲରେ ତେନ୍ତୁଳିଖଟା ପଡି ସାରିଥାଏ।

ଅକାଳ: ବେ ପଖାଳ! ଭାଇ ମାନିବାକୁ ପଡିବ ତୋତେ! କେମିତି କଲୁ ଏସବୁ?

ତେନ୍ତୁଳିଖଟା: (ପଖାଳଖିଆକୁ) ବୁଝିଲ ପଖାଳ, ତୁମର ୟେ ସାଙ୍ଗଟି ଥୁଣ୍ଟିଆଙ୍କର ସମ୍ରାଟ! ଝିଅଙ୍କ ସାଙ୍ଗେ କେମିତି କଥାବାର୍ତ୍ତା କରନ୍ତି ସେକଥା ବିଲକୁଲ ଜାଣେନା। ସେଇଥି ପାଇଁଁ ଥୋବରା ହେଇ ବୁଲୁଛି!

ଅକାଳ: କି କଥା! ମୁଁଁ ଯେତେବେଳେ ଝିଅସାଙ୍ଗ ଆଉ ପୁଅସାଙ୍ଗଙ୍କ ଭିତରେ ତଫାତ କରେନା ତାହେଲେ ପୁଣି ଝିଅଙ୍କ ସାଙ୍ଗରେ ସାଉଁଁଳେଇ କରି କାହିଁଁକି କଥା ହେବି? ତା’ଛଡା ତୁ କଣ ମାଧୁରି ଦୀକ୍ଷିତ ନା…

ଆଉ ଏଇ ପ୍ରକାର କାହାଣୀଟି ସରିଲା…

ବି.ଦ୍ର.: ଗୁଇନ୍ଦାଙ୍କ ଭୟରେ ପାତ୍ରମାନଙ୍କର ନାଁଗୁଡିକ ଜାଣିଶୁଣି ବଦଳାଇ ଦିଆଯାଇଛି!

11 Comments

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s