ଦିନ ଥିଲା ନୂଆବର୍ଷ କହିଲେ ବଣଭୋଜି କିମ୍ବା କିଛି ନହେଲେ ସାଙ୍ଗସାଥୀଙ୍କ ସହିତ ଗୋଟେ ଛୋଟକାଟିଆ ପାର୍ଟିକୁ ବୁଝାଉ ଥିଲା। ସମୟ ସହିତ ସେଲିବ୍ରେସନର ସଂଜ୍ଞା ବଦଳିଛି। ଧିରେ ଧିରେ ନୂଆବର୍ଷ ନିରାଡମ୍ବର ଭାବେ ପାଳନ ହେଇ ଚାଲିଛି।
ହେଲେ ଏବେ ସୁଦ୍ଧା ଗୋଟିଏ କଥା ମନେ ପଡେ ଯୋଉଟା ବହୁତ ଦିନ ପର୍ଯ୍ୟନ୍ତ ସତ ବୋଲି ଧାରଣା ଥିଲା। ସେଇଟା ହେଲା ନୂଆବର୍ଷର ପ୍ରଥମ ଦିନରେ ଯାହା କରିବ, ବର୍ଷସାରା ସେ କାମ କରିବାକୁ ପଡିବ। ମୋର ମନେ ଅଛି ଏଇ କଥା ଯୋଗୁଁ ଜାନୁଆରି ପହିଲା ଦିନ ଆମେ ଭୁଲରେ ବହିଖାତାର ପାଖ ମାଡୁ ନଥିଲୁ। ବାପା ବି ମୁଚୁକୁନ୍ଦିଆ ହସଟିଏ ମାରି କିଛି କହୁ ନଥିଲେ।
ବେଶ୍ କିଛି ବର୍ଷ ହେଇଯିବ ନୂଆବର୍ଷ ପାଇଁ ଆଉ resolution କରିବା ଛାଡି ଦେଇଥିଲି। ହେଲେ ଭାବୁଛି ଏଥର ଜାନୁଆରି ପହିଲାରୁ ବହି ପଢିବା ଅଭ୍ୟାସଟା ପୁଣିଥରେ ଆରମ୍ଭ କରିବି। ବୋଧହୁଏ ବର୍ଷ ସାରା ରିପିଟ୍ ହେବ ଯଦ୍ୱାରା ଗୁଡେ ବହି ପଢି ପକେଇବି।
ଆପଣଙ୍କ ନୂଆବର୍ଷର resolution କଣ?
ସମସ୍ତଙ୍କୁ ନୂଆବର୍ଷର ଅଭିନନ୍ଦନ! ଆଶା କରେ ଆଗାମୀ ବର୍ଷରେ ସମସ୍ତେ ନିଜ ନିଜ କ୍ଷେତ୍ରରେ ଉନ୍ନତି କରନ୍ତୁ। କାଳିଆର କୃପାଦୃଷ୍ଟି ସମସ୍ତଙ୍କ ଉପରେ ଥାଉ! ଜୟ ଜଗନ୍ନାଥ!
Reblogged this on ଆମ ଭାଷା ଓଡ଼ିଆ.
LikeLiked by 1 person
Thank you Gapu!
LikeLiked by 1 person