ରଥଆଜ୍ଞା

ପୁରୁଣା ସ୍କୃତିସବୁ କେବେ ଅଣ୍ତାଳୁ ଅଣ୍ତାଳୁ ସ୍କୁଲବେଳକୁ ଫେରିଗଲେ ଯେଉଁଁ କେତେଟି ବ୍ୟକ୍ତିଙ୍କ କଥା ମନକୁ ଆସେ, ସେମାନଙ୍କ ଭିତରେ ରଥଆଜ୍ଞା ଅନ୍ୟତମ। ଓଡିଆ ମିଡିୟମରେ ପଢିଥିବା ଲୋକମାନେ ସାଙ୍ଗିଆପରେ ଆଜ୍ଞା ଶବ୍ଦଟାକୁ ଆରାମରେ ହଜମ କରିଦେବେ! ସେତେବେଳେ ସାର୍ ଶବ୍ଦର ପ୍ରଚଳନ କମ୍ ଥିଲା, ବିଶେଷତଃ କୋରାପୁଟିଆ ମାଳଅଞ୍ଚଳରେ!

ହାଇସ୍କୁଲରେ ବିଜ୍ଞାନ ପଢାନ୍ତି ରଥଆଜ୍ଞା। ଚେହେରାଟା ଝାପସା ମନେପଡୁଛି ହେଲେ ତାଙ୍କର ଦୁଇଟା ଜିନିଷ ଏବେ ସୁଦ୍ଧା ସ୍ପଷ୍ଟ ମନେ ଅଛି ‐ ଶିବଦାତା ପାନର କଡା ବାସ୍ନା ଆଉ ଟିପ୍ ଟପ୍ ଇନ୍ କରା ସାର୍ଟପ୍ୟାଣ୍ଟ! ଆମ ଗୋଷ୍ଠୀରେ ସବୁବେଳେ ଚର୍ଚ୍ଚାର ବିଷୟ ଏୟା ଥିଲା ଯେ ରଥମାଷ୍ଟ୍ର ବିଜ୍ଞାନ କେମିତି ପଢିଲା! ପ୍ରକୃତରେ ଲୋକଟାର ସାହିତ୍ଯ ଜ୍ଞାନ ଦେଖିଲେ ଲାଗୁଥିଲା ଆର୍ଟସ୍ ବ୍ୟାକଗ୍ରାଉଣ୍ତରୁ ହେବା କଥା। ହେଲେ ବିଜ୍ଞାନକୁ ବି ସେମିତି ଉତ୍ସାହର ସହିତ ସରଳିଆ କରି ପଢେଇ ପାରୁଥିଲେ ରଥଆଜ୍ଞା। ସବୁବେଳେ neatly dressed ହେଇ ଆସୁଥିବା ସେଇ ଶିକ୍ଷକଙ୍କୁୁ ଦେଖି ଖୁସି ହେଉଥିଲୁ ପରେ ଜାଣିଲି ତାକୁ fashion sense କୁହନ୍ତି। ରଥଆଜ୍ଞାଙ୍କ ଏଇ ଦୁଇଟି ଜିନିଷର ପ୍ରଭାବ ବୋଧେ ମୋ ଚରିତ୍ର ଉପରେ ସିଧାସଳଖ ପଡିଥିଲା। ତେଣୁ ବିଞାନ ପଢିବା ସତ୍ତ୍ୱେ ସାହିତ୍ୟ ବଞ୍ଚି ରହିଛି ଆଉ neatly dressed ଲୋକ ଏବେ ବି ମୋତେ sexy ଲାଗନ୍ତି! କହି ରଖେଁଁ, ବିଜ୍ଞାନ ଓ ସାହିତ୍ଯ କଥାଟା ଜଣେ ବନ୍ଧୁଙ୍କ ସହ ଆଲୋଚନା କରିବାରୁ ସେ କହିଲେ ଯେ ପ୍ରକୃତରେ ୟେ ଦୁଇଟା ଜିନିଷ ଭିତରେ କିଛି ସମ୍ପର୍କ ନାହିଁଁ! ସାହିତ୍ଯ ଭିତରେ ଥିଲେ ବାହାରିବ, ତେଣିକି ତୁମେ ଯାହା ପଢିଥାଅ! ମୋତେ ବି ସତ ସତ ଲାଗିଲା କଥାଟା!

ଡାଇଭର୍ଟ୍ ହୋଇଗଲି! Thoughtଗୁଡା ପାଣି ଭଳିଆ! ରାସ୍ତା ନ ପାଇଲେ ୟାଡେସ୍ୟାଡେ ମାଡିଯିବେ! ବହୁତ ସମୟରେ ଭାବିଛି ଥରେ ଏମିତି ମାଡିଯିବି ରଥଆଜ୍ଞାଙ୍କ ଘର ଆଡେ। ଏବେ ଗୁରୁ‐ଶିଷ୍ୟର କଟକଣା ସେତେ ଆଉ ନଥିବ। ତେଣୁ ଖୋଲାଖୋଲି ମନକଥା ତାଙ୍କୁ ଜଣେଇ ଦେବି। ଶୁଣିଲେ ଖୁସି ହେବେ ନିହାତି। ହେଲେ କାର୍ଯ୍ୟବ୍ୟସ୍ତତା ଭିତରେ କେବେ ହେଇପାରି ନଥାଏ। କିଛିଦିନ ତଳେ ହାଇସ୍କୁଲ ବ୍ୟାଚର ହ୍ୱାଟସାପ ଗୃପରେ ଆଲୋଚନା ଚାଲିଥିଲା ବେଳେ ରଥଆଜ୍ଞାଙ୍କ କଥା ପଡିବାରୁ ମନକଥାଟା ଖୋଲି କହିଲି। ଜାଣିବାକୁ ପାଇଲି ରଥଆଜ୍ଞା ୩ବର୍ଷ ତଳେ ଚାଲି ଯାଇଛନ୍ତି, ହାର୍ଟ ଆଟାକରେ।

ଭାରି ଖରାପ ଲାଗିଲା। ମନେ ମନେ କଳ୍ପନା କଲି ଯଦି ସତରେ ମୁଁଁ ରଥଆଜ୍ଞାଙ୍କୁ ଦେଖାକରି ତାଙ୍କ ସାଙ୍ଗରେ ଏସବୁ କଥା ହୋଇଥାନ୍ତି, କଣ ହେଇଥାନ୍ତା ତାଙ୍କର ପ୍ରତିକ୍ରିୟା? ଖୁସିରେ ତାଙ୍କ ଆଖିରେ ଲୁହ ଆସି ଯାଇଥାନ୍ତା? ହସି ହସି ମୋ କାନ ମୋଡି ଥାନ୍ତେ? କଣ କରିଥାନ୍ତେ ରଥଆଜ୍ଞା? ଏସବୁ ଏବେ କେବଳ କଳ୍ପନା ହିଁଁ କରିବା କଥା! ସମୟ ଥାଉଣୁ ମନକଥା ଖୋଲି କହି ଦେଇଥିଲେ ବୋଧେ ଭଲ ହୋଇଥାନ୍ତା…

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s