ଛୁଆବେଳେ ସକାଳୁ ଉଠିଲେ ମନ୍ଦିର ମାଇକରୁ ହେଉ କି ଘରେ ଟେପ ରେକର୍ତରରୁ ହେଉ, ଭଜନ ମାନେ ଭିକାରି ବଳ ନହେଲେ ଶାନ୍ତିଲତା ବାରିକ କି ନିମାଇ ହରିଚନ୍ଦନଙ୍କ କଣ୍ଠ ଶୁଣିବାକୁ ମିଳୁଥିଲା। ଏକ ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ଭକ୍ତିଗୀତର ପରିସୀମା ଏହି କଣ୍ଠଶିଳ୍ପୀଙ୍କ ଭିତରେ ସୀମିତ ଥିଲା। ଏମାନେ ବ୍ୟକ୍ତିଗତ ଭାବରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ଯାଇଛନ୍ତି ଓଡିଆ ଭକ୍ତିସଙ୍ଗୀତ କ୍ଷେତ୍ରରେ।
ଆଜି ସ୍ବର୍ଗତ ଭିକାରି ବଳଙ୍କ ପୁଣ୍ୟତିଥି। ଜୀବନ ସାରା ଜଗନ୍ନାଥଙ୍କ ସେବାରେ ରହି ତାଙ୍କରି ଭକ୍ତିରେ ଅନେକ ଗୀତ ଗାଇ ସେ ଶ୍ରୋତାଙ୍କ ଭିତରେ ଅମର ହୋଇ ଯାଇଛନ୍ତି। ଆଜି ଆବାଳବୃଦ୍ଧବନିତା ଭଜନ କହିଲେ ଗୋଟିଏ ନାଁଁ ମନକୁ ଆସେ। ଭଜନ କ୍ଷେତ୍ରରେ ତାଙ୍କର ଅବଦାନ ଯୋଗୁଁଁ ସେ ବାସ୍ତବିକ ଭଜନ ସମ୍ରାଟ ପଦବାଚ୍ୟ। ଭକ୍ତିରସରେ ହେଉଥିବା କ୍ରମାଗତ ଅବକ୍ଷୟ ସମୟରେ ଭିକାରି ବଳଙ୍କ ଭଜନଗୁଡିକ ସାନ୍ତ୍ୱନାର ଉତ୍ସସଦୃଶ। ଆଜି ସେହି ମହାନ ବ୍ୟକ୍ତିଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶତ ପ୍ରଣାମ।
Ebe b bhala bhajana kahile semananka bhajana ku bujhaye
LikeLiked by 1 person
ଠିକ୍ କଥା ଗପୁ!
LikeLiked by 1 person