୨୦୧୫ – ସ୍କୃତିଚାରଣ

ଆସିଲା ଷୋହଳ ପଛେ ରହିଲା ପନ୍ଦର
ଓଡିଆ ଟ୍ରେଣ୍ତାଳି ଟିକେ ବିଶ୍ଳେଷଣ କର
ଭଳି ଭଳି କଥାସବୁ ଟ୍ରେଣ୍ତ୍ ହୋଇଥିଲା
ବିଶ୍ୱଦୁନିଆଁରେ ଓଡିଶାର ଯଶ ହେଲା॥

#PakhalaDibasa
ଜାକଜମକରେ ପଖାଳଦିବସ ପାଳିଲେ
ପଖାଳ ବିଷୟେ ଦେଶବିଦେଶ ଜାଣିଲେ॥

#UtkalaDibasa
ତାପରେ ହୋଇଲା ଟ୍ରେଣ୍ତ୍ ଉତ୍କଳ ଦିବସ
ଜନ୍ମିଥିଲା ଯେଉଁଦିନ ସ୍ୱତନ୍ତ୍ର ଓଡିଶା ପ୍ରଦେଶ॥

#NabakalebaraRathaJatra
ଜଗନ୍ନାଥ ପ୍ରଭୁଙ୍କର ହେଲା ନବକଳେବର
ନବକଳେବରରଥଯାତ୍ରା ହେଲା ଟ୍ରେଣ୍ତ ସେଥର॥

#RasagolaDibasa
ରସଗୋଲାଦିବସକୁ ଦେଲେ ଏମିତି ଯେ ଟ୍ରେଣ୍ତି
ଦେଖି ତା ବଙ୍ଗାଳିଙ୍କର… (ନା ନା ଭୁଲ୍ ହେଇଗଲା)
ଦେଖି ତା ବଙ୍ଗାଳିଙ୍କର ଘୁରିଗଲା ମୁଣ୍ତି॥

#RajaParba
ରଜପର୍ବ ଅବସରରେ ଓଡିଆ ଟୁଇଟାଳି
ଫଟୋ ଗପ କବିତା ଛାପିଲେ ଭଳି ଭଳି॥

#NuakhaiJuhar
ନୂଆଖାଇ ବଡପର୍ବ ଅଟେ ପଶ୍ଚିମ ଓଡିଶାର
ସବୁ ଟୁଇଟାଳି ଟ୍ରେଣ୍ତିଲେ ହୋଇ ଏକ ସ୍ୱର॥

#Bhagabata
ଭାଗବତ ଟୁଙ୍ଗୀ ସଂସ୍କୃତି ଅଟେ ଓଡିଶାର
ଭକ୍ତିଭାବେ ଟୁଇଟାଳି କଲେ ତା ପ୍ରଚାର॥

#UtkalaMani
ଗୋପବନ୍ଧୁ ଦାସ ଆମ ଉତ୍କଳର ମଣି
ତାଙ୍କ ବିଷୟରେ ଦୁନିଆ ପାରିଥିଲା ଜାଣି॥

#DurgaPujaInOdisha
ଟ୍ରେଣ୍ତିବାକୁ ହୁଁକାର ଦେଲେ ଆମ ଅଜା
ଦେଖୁଦେଖୁ ଟ୍ରେଣ୍ତିଲା ଓଡିଶା ଦୂର୍ଗାପୂଜା॥

#OdishaPattachitra
ପଟ୍ଟଚିତ୍ର ଯେ ଓଡିଶାର ଅଟେ ହସ୍ତକଳା
ଏକଥାଟା ଆଜି ପୁରା ଦୁନିଆ ଜାଣିଲା॥

#IncredibleChilika
ଭଳିଭଳି ପକ୍ଷୀ ଆସନ୍ତି ରୁପସୀ ଚିଲିକାରେ
ସ୍ଥାନ ପାଏ ପ୍ରତି ପର୍ଯ୍ୟଟକର ତାଲିକାରେ॥

#KalingaBuddha
କଳିଙ୍ଗବୁଦ୍ଧ ଟପିକ୍ ଯେମିତି ଟିରେଣ୍ତ ହୋଇଲା
ଓଡିଶାର ବୌଦ୍ଧ ସସ୍କୃତି ବିଷୟେ ଦୁନିଆ ଜାଣିଲା॥

#Balijatra #BoitaBandana #KartikaPurnima
କାର୍ତ୍ତିକପୁନେଇଁ ବୋଇତ ବନ୍ଦାଣର ପରବ
ବାଲିଯାତରାରେ ମିଳେ ଭଳିଭଳିକି ଦରବ
ଟୁଇଟାଳିମାନେ ବାଲିଯାତରା ଟ୍ରେଣ୍ତିଲେ
ଓଡିଆପୁଅର ଭୂତ ଗରିମା ଜଣାଇଲେ॥

#Konark
ମୂକସାକ୍ଷୀ ଉତ୍କଳ କଳା ସ୍ଥାପତ୍ୟର
ଅର୍କକ୍ଷେତ୍ର କୋଣାରକ ସୂର୍ଯ୍ୟମନ୍ଦିର
ହାସଟ୍ୟାଗ କୋଣାରକ ବାଛିଲେ
ବହୁତ ସୂଚନା ସଭିଏଁ ଲେଖିଲେ॥

ମୋଟାମୋଟି ୨୦୧୫ ଭଲ ବର୍ଷ ଥିଲା
ବିଭିନ୍ନ ଟପିକମାନ ଟିରେଣ୍ତ ହୋଇଥିଲା
ଷୋହଳରେ ଜୟଯାତ୍ରା ଚାଲୁ ରହିଥାଉ
ବିଶ୍ୱଦରବାରରେ ଓଡିଶାର ଖ୍ୟାତି ହଉ॥

4 Comments

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s