କଳାକଳେବର କହ୍ନାଇ

ମୁଳ ରଚନା: ଭକ୍ତଚରଣ ଦାସ

କଳା କଳେବର କହ୍ନାଇ ସଙ୍ଗେ ରୋହିଣୀସୁତ
କରନ୍ତି ମଥୁରା ବିଜୟେ ଦାଣ୍ତେ ଦେଖ ସଙ୍ଗାତ

ଖସିପଡୁଛି କି ଆକାଶୁ କି ଏ ଗଙ୍ଗାଯମୁନା
କ୍ଷୀରସଙ୍ଗେ ପ୍ରାଣଶୋଷିଲେ ନାଶଗଲା ପୁତନା
ଗହନକାନନ ବନରେ ଘୋର ବରଷାକାଳ
ଗିରି ବାମକରେ ଧଇଲେ ନନ୍ଦ ଯଶୋଦା ବାଳ

ଘରେ ନରହନ୍ତି ଗଉଡେ ବଡ ଅଧମ ଜାତି
ଘେନି ବତ୍ସାବୃନ୍ଦ ବାଳକେ ବନେ ବୁଲନ୍ତି ନିତି
ଉଇଁ ଆସୁଛି କି ପୂର୍ଣ୍ଣୀମା ଶଶୀ ମଧୁସାଗରୁ
ଉଠ ମଧୁପୁର ଯୁବତୀ ଓଗାଳିବା ଆଗରୁ

ଚନ୍ଦନବେଶ ମୁଁ କରନ୍ତି ମୋର ହେଉଛି ମନ
ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ରବଦନ
ଛନକା ପଶିଲା ଛାତିରେ ଜାତିକୁଳ ଉପେକ୍ଷି
ଛାଡିବେ ଜୀବନ ଯଶୋଦା ଗୋପେ କୃଷ୍ଣ ନଦେଖି

ଜହର ସଙ୍ଗତେ ମହୁର ଆସି ହେଲା ନିୟତ
ଯୁବତୀ କୁଳକୁ ଦଇବ କଲା ଏ ହତପାତ
ଝଡିପଡୁଛି କି ଝୁଣ୍ଟିଆ ଝସକେତନ ଘାତେ
ଝାଳ ବିନ୍ଦୁବିନ୍ଦୁ ଶ୍ରୀମୁଖୁ ବହୁଅଛି ନିରତେ

ନୟନ ଉପରେ ଭ୍ରୁଲତା କିଏ କାମ କମାଣ
ନୁହନ୍ତି ଏତ ଏ କାହାରି ସଭି ଗୋପୀଙ୍କ ପ୍ରାଣ
ଟୋପିଟୋପି କରି ଚନ୍ଦନ ମଣ୍ତିଛନ୍ତି କି କରେ
ଏକିବାରେ ଚାହାଁ ମଥୁରା ଦାଣ୍ତେ ଗୋବିନ୍ଦ ବିଜେ

ଠାବେଠାବେ ଗୋଳଚହଳ ସିଙ୍ଗା ବେଣୁବଇଁଶୀ
କିଆହୋଇ ଭକ୍ତଦାସ ତା ଦାଣ୍ତେ ଦେଖନ୍ତି ଆସି
ଡାକନ୍ତି ଏକକୁ ଆରେକ ଆସ ଜୀବଜୀବନ
ଡୋଳାରେ ଏ ରୁପ ଦେଖିବା ଆସ ମଧୁସୂଦନ

ଢଳିଢଳି କୃଷ୍ଣ ନାଚନ୍ତି ଭଙ୍ଗୀ ଦେଖ ମୀତଣି
ଢାଳନ୍ତି କିରୁପେ ଡୋଳାକୁ କେଉଁ ଛଟକେ ଆଣି
ଅଳଙ୍କାରେ ସରୁକାଇଁଚ ମଣ୍ତିଛନ୍ତି କି କରେ
ଅଣହେଳା ପାଉଥିବେ ଗୋ ନନ୍ଦ ଗଉଡ ଘରେ

ରାମ କୃଷ୍ଣ ବେନିଭାଇଗୋ ଦୁହେଁ ଦୁହିଁକି ତୋରା
ରଙ୍ଗେ ନାଚି ଆସୁଥାନ୍ତି ଗୋ ଯେହ୍ନେ ଗହନେ ତାରା
ଲାଜ ଭୟ ତେଜି କରିବା କୃଷ୍ଣ ସଙ୍ଗେ ପୀରତି
ଲାଭ ହେଉଥିବ ଆମ୍ଭର ହସୁଥିବା ଗୋ ନିତି

ହେଲେ ହେବୁ ପଛେ କୁଳଟା ହାର କରିବୁ ଗଳେ
ହସୁଥିବୁ ତାଙ୍କ ସଙ୍ଗତେ ବସିଥିବୁ ଗୋ କୋଳେ
ଛାଡି ଲଜ୍ଜା ଭୟ ତା ରୁପ ଦରପଣେ ମାଜିବା
ଛାର ଭକ୍ତଦାସ କହେତା ଧ୍ୟାୟି ରଜନୀ ଦିବା

2 Comments

    1. ଏଇଟା ପରା କଳେବର ଚଉତିଶାର ଅଂଶ। ମୁଁ ଖାଲି ପ୍ରଣବ ପଟ୍ଟନାୟକ ଗାଇଥିବା portionର lyricsଟା ଲେଖିଛି।

      Liked by 1 person

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s