ଉଠ କଙ୍କାଳ
ଛାଡି ପଖାଳ
ଯୁଦ୍ଧର ଭେରୀ ବାଜେ
କାଲି ସକାଳ
ହୋଇ ଚଞ୍ଚଳ
ପାଳିବା ନିଳାଦ୍ରୀବିଜେ॥
ମାଆ ସାଆନ୍ତାଣୀ
ଲକ୍ଷ୍ମୀ ଠାକୁରାଣୀ
ମାନ ମାରି ବସିଯିବେ
କାଳିଆ ସାଆନ୍ତ
ହୋଇ ହନ୍ତସନ୍ତ
ରସଗୋଲା ଖୁଆଇବେ॥
ପତ୍ନୀ ଅର୍ଦ୍ଧାଙ୍ଗିନୀ
ଜୀବନ ସଙ୍ଗିନୀ
ତାଙ୍କୁ କେବେ ନ ରଗାଇବ
ଯଦି ରାଗି ଗଲେ
ମୁହଁ ଫୁଲେଇଲେ
ରସଗୋଲା ଲାଞ୍ଚ ଦେବ॥
କାଳିଆ ଠାକୁର
ଜଗତ ଈଶ୍ୱର
ତାଙ୍କର ନାହିଁ ନିସ୍ତାର
କହଇ ଅକାଳ
ବୁଡିବ ଭେକାଳ
ତୁମେ ତ ମଣିଷ ଛାର॥
ବହୁତ ସୁନ୍ଦର ହେଇଛି ଲାଞ୍ଚ ନବା କଥାଟା ବି ବହୁତ ଭଲ କେହି ରାଗିଥିଲେ ରସଗୋଲା ଖୁଆଇ ରାଗ ସାନ୍ତ କରାଯାଇପାରିବ।
LikeLike
Reblogged this on ଗପୁ and commented:
ରସଗୋଲା ଦିବସରେ ଅକାଳ ନାନାଙ୍କର ସୁନ୍ଦର କବିତା।
LikeLike
ବହୁତ ସୁନ୍ଦର ହେଇଛି ଲାଞ୍ଚ ନବା କଥାଟା ବି ବହୁତ ଭଲ କେହି ରାଗିଥିଲେ ରସଗୋଲା ଖୁଆଇ ରାଗ ସାନ୍ତ କରାଯାଇପାରିବ
LikeLiked by 1 person
ଧନ୍ୟବାଦ ଗପୁ!
LikeLiked by 1 person
ଭାଇ ଅକାଳ,
ଅତି ସୁନ୍ଦର ତୁମ କବିତା ।
LikeLiked by 1 person
ଧନ୍ୟବାଦ ଭାଇ!
LikeLike