ମୁଁ ସେଇ ଓଡିଶାର ସନ୍ତାନ ଯାହାର
ସାଧବପୁଅ ଦରିଆ ଲଙ୍ଘି କରୁଥିଲା ବେପାର
ନିହାଣମୁନେ ବିଶୁ କୋଣାରକ କରିଥିଲା ତିଆର
ବୀର ପାଇକ ପୁଅ ଗର୍ବ ରଖୁଥିଲା ମାଆର
ଭାବ ବିନୋଦିଆ କାଳିଆ ଭକ୍ତର ଠାକୁର
ଆଜି କିଆଁ ପରିଚୟ ମୁଁହି ହରାଇ ବସିଛି
ନିଜ ଭାଷା କହିବାକୁ ସଙ୍କୋଚ କରୁଛି
ଓଡିଆ ବୋଲି ମନେ ହୀନ ମୁଁ ଭାବୁଛି
କାହିଁକି ଆଜି ଏତେ ଅବକ୍ଷୟ ହୋଇଛି
ଆସ ଆଜି ସଭିଏଁ ପଣ ଏ କରିବା
ଓଡିଆ କହିବା ଆଉ ଓଡିଆ ଲେଖିବା
Like this:
Like Loading...