ପ୍ରେମିକର ଦୁଃଖକଥା

ହେ ମୋର ମଡର୍ଣ୍ଣ ଯୁଗର ସଡର୍ଣ୍ଣ ନାୟିକା
ମୋ ଗୋଳମାଳିଆ ପ୍ରେମଗୀତର ତୁ ଗାୟିକା

କେତେବେଳେ ହସୁ ପୁଣି କେତେବେଳେ ରୁଷୁ
କେତେବେଳେ କଉତୁକେ କହୁଣିରେ ଭୁସୁ
ଅଖାଡୁଆ ପ୍ରେମ ମୋର ଅଦ୍ଭୁତ ତୋ ଭାବ
ନଈ କୂଳ ଦୁହେଁ ଆମେ ମିଳନ କି ହେବ

ଗୋଲାପ ଦେଲେ କହିବୁ ଚକଲେଟ କାହିଁ
ସେଥିପାଇଁ ଆଜି ମୁହିଁ କିଛି ଆଣି ନାହିଁ
ଯାହା ଦରକାର ମୋତେ କହିଲେ ଆଣିବି
ଆଗତୁରା କିଣି କାହିଁ ହଟହଟା ହେବି

ସିନେମା ଦେଖିବା ଲାଗି ଯଦି ବଳଉଛୁ ମନ
ପକେଟ ଆଡେ ମୋହର ଦବୁ ଟିକେ ଧ୍ୟାନ
ହାତଖର୍ଚ୍ଚ ବଢିବନି ବାପ ମନା କରିଦେଲା
ପାନ ଖଣ୍ତେ ଖାଇନାହିଁ ଚାରି ଦିନ ହେଲା

ଚାଉମିନି ଖୋଇବାକୁ କହ ନାହିଁ ଜମା
ନାଲୁଆ ଦୋକାନି ମୋର ଚିରିଦବ ଜାମା
ପାଆଁଶ ଖଣ୍ତେ ଟଙ୍କା ଉଧାର ହେଲାଣି
ହାବୁଡରେ ପଡିଗଲେ ଦବ ମୋତେ ହାଣି

ସାଙ୍ଗସାଥୀ ଆଉ କେହି ଉଧାର ଦୌନାହାନ୍ତି
ମାଗିଲେ ଓଲଟା ଅଖାଡୁଆ ଗାଳି ଦଉଛନ୍ତି
ସିଗାରେଟ ସ୍ୱପ୍ନ ହେଲା ବିଡିରେ କାମ ଚଳଉଛି
ଭାରି ହୀନିମାନ ହେଲିଣି ଜାଣିଥା ସତ ମୁଁ କହୁଛି

ଆଜିଯାଏଁ ରମା ଦାସ ଶୋଧୁଅଛି ମୋତେ
ମନେଅଛି ତା ନୋଟ୍ସକୁ ଦେଇଥିଲି ତୋତେ
ଲୁଚେଇକି ଆଣିଥିଲି ସେ ଯେବେ ଶୋଇଥିଲା
ପରେ ଜାଣି ମୋତେ ଯାହା ବହେ ସେ ଶୋଧିଲା

ପ୍ରେମ କଲେ ଏୟା ହୁଏ ଭଲା ଜାଣିଥାନ୍ତି
ନୁଙ୍ଗୁରାମି କରିବା ପୂର୍ବରୁ ଦଣ୍ତେ ଭାବିଥାନ୍ତି
ନର ମାୟା ସିନା ନାରାୟଣେ ଅଗୋଚର
ନାରୀ ମାୟା ବୁଝିଲି ମୁଁ ପ୍ରେମିକ ପ୍ରବର

1 Comment

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s