ବଡ ଦେଉଳର ପାରା

ଶ୍ରୀମନ୍ଦିର ପରିସରରେ ବହୁଦିନ ହେଲା ରହି ଆସୁଥିବା ପାରା ମାନଙ୍କ ଆଶୋସିଏସନର ଆଜି ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ପରିସ୍ଥିତିରେ ମନ୍ଦିର ଭିତରେ ଖାଦ୍ୟର ଘୋର ଅଭାବ ଯୋଗୁଁ ଦେଖାଦେଇଥିବା ଅସୁବିଧାକୁ ନେଇ ପାରାମାନେ ଚିନ୍ତା ଵ୍ୟକ୍ତ କରିଛନ୍ତି। କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ଇଗୋ ଯୋଗୁଁ ସୃଷ୍ଟି ହୋଇଥିବା ବିଶୃଙ୍ଖଳାକୁ ନେଇ ପାରାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।କମିଟିର କିଛି ସଭ୍ୟ ତୁରନ୍ତ ନିକଟସ୍ଥ ବ୍ଲକ୍ ଅଫିସକୁ ସ୍ଥାନାନ୍ତରିତ ହୋଇ ରାଜ୍ୟ ସରକାରଙ୍କ “ଆହାର” ଯୋଜନାର ଲାଭ ଉଠେଇବାର ପ୍ରସ୍ତାବ ରଖିଥିବା ବେଳେ କିଛି ସଦସ୍ୟ ନିକଟସ୍ଥ ଭୁବନେଶ୍ଵର ସହରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ନିବାସରେ ଵସା ବାନ୍ଧିବାକୁ ପ୍ରସ୍ତାବ ଦେଇଛନ୍ତି। ହେଲେ ଏହି ପ୍ରସ୍ତାବକୁ କିଛି ପାରା ବିରୋଧ କରି କହିଛନ୍ତି ଯେ ନବୀନ ନିବାସରେ ଭାଷାର ଅସୁବିଧା ହୋଇ ପାରେ, ତେଣୁ ସାଂସଦ ଜୟ ପଣ୍ଡାଙ୍କ ଆବାସରେ ବସା ବାନ୍ଧିବା ଉପଯୁକ୍ତ ହେଵ। ତେଵେ ସଂସ୍ଥାପକ ସମସ୍ତ ସଭ୍ୟଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିବାକୁ ଅନୁରୋଧ କରିଛନ୍ତି। ସର୍ବସମ୍ମତି କ୍ରମେ ପ୍ରସ୍ତୁତ ଅଭିଯୋଗ ପତ୍ରଟିକୁ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ସମର୍ପଣ କରାଯିଵ ଵୋଲି ବୋଲି ଖବର ମିଳିଛି। କିଛି ପାରା ଏହା ଭିତରେ ଟ୍ଵିଟର ମାଧ୍ୟମରେ ମାନନୀୟ ପ୍ରଧାନ ମନ୍ତ୍ରୀଙ୍କୁ ମଧ୍ୟ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଥିବା ଏହି ଅପ୍ରୀତିକର ପରିସ୍ଥିତି ବିଷୟରେ ଅଵଗତ କରିଛନ୍ତି। ପ୍ରତିଵାଦସ୍ଵରୁପ ଭିକାରୀ ଵଳଙ୍କ “ମୁଁ ତ ବଡ ଦେଉଳର ପାରା ରେ” ଭଜନଟିକୁ ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ବର୍ଜନ କରାଯାଉ ଵୋଲି ଦାବୀ କରାଯାଇଛି। – ସୂତ୍ର

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s