ମୋ କଥାଟି ସଇଲା…. 22Mar 201522 Mar 2015Add a comment ଶାଶୁ ଜୋଇଁଙ୍କ ହଟ ହଟା ଗୋପଳ ଭାଣ୍ଡଙ୍କ ଝିଅ ପାଖ ଗାଁରେ ବିବାହ କରିଥିଲା. କିନ୍ତୁ ଝିଅ ଜୋଇଁ ପ୍ରାୟ ଅଧିକାଂଶ ଦିନ ଗୋପାଳଙ୍କ ଘରେ ଖୁବ ଅୟସରେ ଦିନ କଟାଊଥିଲେ. ଶାଶୁ ମଧ୍ୟ ଝିଅ ଜୋଇଙ୍କୁ ଯିବାକୁ ଦେଉ ନଥିଲେ. ପ୍ରତି ମାସରେ ପନ୍ଦର ଦିନ ଆସନ୍ତି ଝିଅ ଜୋଇଁ. ଗୋପାଳ ଦେଖିଲେ ଝିଅ ଜୋଇଁଙ୍କୁ ବହୁତ ଆଦର କରୁଛି ଶାଶୁ. କଣ କଲେ ମୁହଁରେ ମନା ନ କରିଲେ ବି ଝିଅ ଜୋଇଁ ଏତେ ଥର ଆସିବେ ନାହି ବୋଲି ଚିନ୍ତା କଲେ. ଗୋପାଳଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା. ଦିନେ ସନ୍ଧ୍ୟାରେ ଗୋପାଳ ଜୋଇଁଙ୍କୁ କହିଲେ “ବାବୁ, ଆମ ବଗିଚାରୁ ଲେମ୍ବୁ, ପିଜୁଳି, କମଳା ଫଳ ସବୁ କେହି ଚୋରି କରି ନେଉଛି. ମୁଁ ତ ଦିନ ସାରା ବୁଲି ବୁଲି ଆସି ଗାଢ଼ ନିଦରେ ଶୋଇ ଯାଉଛି. ଶାଶୁ ବି ତୁମର ବିଛଣା ଧରିଲେ ତାଙ୍କ ଉପରେ ଶଗଡ ଚାଲିଗଲେ ବି ଉଠିବ ନାହିଁ. ତୁମେ ତ ଘରେ ଅଛ, ରାତିରେ ଟିକେ ସଜାଗ ରହି ଚୋରଙ୍କୁ ଧରନ୍ତ ନାହିଁ?” ଜୋଇଁ କହିଲେ ” ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ବାପା. ମୁଁ ଆଜି ଲୁଚିରହି ଚୋରକୁ ଧରିନେବି”. କାହାକୁ କିଛି ନକହି ଜୋଇଁ ଠେଙ୍ଗାଟିଏ ଧରି ବଗିଚାରେ ଲୁଚି ରହିଲେ. ରାତିରେ ଘରକାମ ସାରି ଶୋଇବାକୁ ଆସିଲେ ଗୋପାଳଙ୍କ ସ୍ତ୍ରୀ. ଗୋପାଳ କହିଲେ “ହଇହୋ! ଆମ ବଗିଚାରୁ ଫଳସବୁ ଚୋରି ହେଇଯାଉଛି. ତୁମେ ଟିକେ ରାତିରେ ଶୋଇବା ପୁର୍ବରୁ ବୁଲି ଆସିଲେ ହୁଅନ୍ତାନି? ଲୋକଟା କିଏ ଜାଣି ହେଉନି. ଖାଲି ଚୋରଟାକୁ ଚିହ୍ନିଦେଲେ ମୁଁ ତାକୁ ଠିକ୍ କରିଦିଅନ୍ତି. ଗୋପାଳଙ୍କ ସ୍ତ୍ରୀ ଭାବିଲେ ଠିକ୍ କଥା. ଫଳଗୁଡାକ ପିଲା ଖାଇବେ କଣ ନା ଚୋର ନେଇ ଯାଉଛି. ତେଣୁ ସେ ଶୋଇବା ପୁର୍ବରୁ ଯତ୍ନରେ ମୁଣ୍ଡରେ ଲୁଗାଦେଇ ବଗିଚା ଜଗିବାକୁ ବାହାରି ପଡିଲେ. ଶୁଖିଲା ପତ୍ର ସବୁ ଖସ ଖସ ଶବ୍ଦ ଶୁଣି, ଆଗରୁ ବଗିଚାରେ ଲୁଚି ରହିଥିଵା ଜୋଇଁ ଭିଡିଭାଡି ହୋଇ ଚୋରକୁ ମାଡି ବସିବେ ବୋଲି ତିଆର ହେଲେ. ପଛେ ପଛେ ଶଶୁର ଆସି ଚୋରକୁ ଚିହ୍ନିବେ ବୋଲି ସ୍ଥିର କଲେ. ଶାଶୁ ଲେମ୍ବୁଗଛ ଆଡକୁ ଯିବାର ଦେଖି ଜୋଇଁ ଭାବିଲେ ଚୋର ଲେମ୍ବୁ ଚୋରି କରୁଛି. ଶଶୁର ଠିକ କହୁଥିଲେ, ବଦମାସକୁ ଏବେ ଦେଖୁଛି. ଜୋଇଁ ଠେଙ୍ଗାରେ ଶାଶୁ ଅଣ୍ଟାକୁ ଦେଲେ ପାହାରେ ଯେ ସେ ତଳେ ପଡିଗଲେ. ଜୋଇଁ କଷିକରି ମାଡ଼ି ବସିଲେ ତାଙ୍କୁ. ଶାଶୁ କହିଲେ “କିଏ ରେ ତୁ ଯୋଗିନୀଖିଆ?’ ଜୋଇଁ କହିଲେ “ଚୋରଣୀ, ଆଜି ତୋତେ ଛାଡ଼ିବି ନାହିଁ. ସବୁଦିନେ ଏମିତି କରୁଛୁ, ରହ ଆଜି ଯିବୁ କୁଆଡେ?” ଅନ୍ଧାରରେ ଦିହେଁ ଦିହିଁଙ୍କି ଚିହ୍ନି ପାରୁ ନଥାନ୍ତି. ଶାଶୁ ଓଟାରି ହୋଇ ପାଟି କରୁଥାଏ ପଳାଇବା ପାଇଁ, ଜୋଇଁ ମାଡି ବସିଥାଏ. ଗୋପାଳ ଝିଅକୁ ଉଠାଇଲେ, କହିଲେ ବଗିଚାରେ ଚୋର ପଶିଛି. ଶୀଘ୍ର ଠେଙ୍ଗା ଧରି ଆସ ଯିବା. ବାପ, ଝିଅ ଠେଙ୍ଗା ଧରି ଦୌଡିଲେ. ଆଲୁଅ ପକେଇ ଗୋପାଳ ଦେଖିଲେ ଶାଶୁ ଜୋଇଁଙ୍କ ଅବସ୍ଥା. ଶାଶୁ ଜୋଇଁ ନିଜ ନିଜକୁ ଚିହ୍ନିପାରି ଲାଜରେ ଧାଇଁ ପଳାଇଲେ. ଗୋପାଳ କହିଲେ “ଭଲ ପାଲା ଦେଖୁଛି. ଶାଶୁ ଜୋଇଁଙ୍କର ଏତେ ପ୍ରେମ?” ସେହି ରାତିରେ ଝିଅ ଜୋଇଁ କାହାରିକୁ କିଛି ନକହି ଗୋପାଳଙ୍କ ଘର ଛାଡିଲେ. Share this:TweetPocketWhatsAppShare on TumblrEmailTelegramLike this:Like Loading...