ଭାତକୁ ରାନ୍ଧିଣ ଆଣିବ
ସେଥିରେ ଦହି ମିଶାଇବ
ସ୍ଵାଦାନୁସାରେ ଲୁଣ ଦେବ
କଂସା ବାସନେ ପରଷିବ
ଅଟେ ପଖାଳ ନାମ ତାର,
ସେଥିରେ ଲୋଭ ଓଡିଆର
ତା ସାଙ୍ଗେ ଅନ୍ୟ ଦ୍ରବ୍ୟମାନ
ସାଦରେ କରିବ ଭୋଜନ
ବଡିଚୁରା କି ଶାଗଭଜା
ପଖାଳ ସାଙ୍ଗେ ଭାରି ମଜା
ଯଦି ଆମିଷ ଖାଉଥାଅ
ଶୁଖୁଆ ଖଣ୍ଡେ ପୋଡିଦିଅ
ଲଙ୍କା ମରିଚ ସଙ୍ଗେ ଲୁଣ
ସୁଆଦ ଵଢିବଟି ଜାଣ
କଂସାଏ ପଖାଳ ଖାଇବ
ଘୁଙ୍ଗୁଡି ମାରିଣ ଶୋଇବ
ଅକାଳ କୁଷ୍ମାଣ୍ଡ କହଇ
ଏହାଠୁ ବଡ ସୁଖ ନାହିଁ
Super..
LikeLiked by 1 person
ଓଡ଼ିଆମାନଙ୍କର ସବୁଠୁ ପ୍ରିୟ ଖାଦ୍ୟ ପଖାଳ,
ବିନା ପଖାଳରେ ଆମମାନଙ୍କର ପରା ହୁଏନା ସକାଳ।
LikeLiked by 1 person