ଟିଏ ଗାଁରେ ଏକ ଅଶିକ୍ଷିତ ଜ୍ୟୋତିଷ ରହୁଥିଲା. ସେ ପାଠଶାଠ ପଢିନଥିଲା କି କିଛି କାମଦାମ ବି କରୁନଥିଲା. ଦିନେ ତା ସ୍ତ୍ରୀ ତାକୁ ରାଜାଘରକୁ ଯାଇ ଚାକିରି ଖଣ୍ଡେ ମାଗିବାକୁ ପରାମର୍ଶ ଦେଲା. ତେଣୁ ଜ୍ୟୋତିଷ ରାଜଦରବାର ଉଦ୍ଦେଶ୍ୟରେ ବାହାରି ପଡିଲା.
ବିଲରାସ୍ତାରେ ଯାଉ ଯାଉ ସେ ଦେଖିଲା ଗୋଟିଏ ଚୁଟିଆ ମୂଷା ହିଡରେ ଗାତ ଖୋଳୁଥାଏ ଓ ମାଟିଗୁଡା ବହାରକୁ ଫିଙ୍ଗୁଥାଏ. ଏକଥା ଦେଖି ଜ୍ୟୋତିଷ କହିଉଠିଲା “କୁଟୁରୁ ମୂଷା ମାଟିରୁ ପେଲ୍”. କିଛି ବାଟ ଆଗକୁ ଯିବା ପରେ ସେ ହଠାତ ଏକ ବିଲୁଆକୁ ଦୌଡିବାର ଦେଖିଲା. ବିଲୁଆଟି ଦୌଡି ଯାଉ ଯାଉ ବାରମ୍ବାର ପଛକୁ ଚାହୁଥାଏ. ଜ୍ୟୋତିଷ ଗାଇ ଉଠିଲା “ଧାଇଁ ଚଲ୍ ଚଲ୍ ଚାହେଁ ରେ”. ବହୁତ ସମୟ ଚାଲିବା ପରେ ଶେଷରେ ଜ୍ୟୋତିଷ ଯାଇ ରାଜା ନଅରରେ ପହନ୍ଚିଲା. ରାଜାଘର ଦୁଆରେ ବହୁତ ସୈନିକ ପହରା ଦେଉଥାନ୍ତି. ସେମାନକ ଭିତରେ ଏକ କଟୁଆଳ ଛୋଟେଇ ଛୋଟେଇ ଏପାଖ ସେପାଖ ହେଉଥାଏ. ଏକଥା ଦେଖି ଜୋତିଷ କହି ଉଠିଲା “ରାଜା ଘର ଛୋଟା କଟୁଆଳ, ନସର ପସର ଧାଏଁ ରେ”.
କିଛି ସମୟ ପରେ ରାଜା ତାକୁ ଦରବାରକୁ ଡକେଇଲେ. ଜ୍ୟୋତିଷ ରାଜାଙ୍କୁ ଚାକିରି ଖଣ୍ଡେ ଦେବାକୁ ବିନତୀ କଲା. ରାଜା ଯେତେବେଳେ ଜାଣିଲେ ସେ ଜ୍ୟୋତିଷ ବୋଲି, ତାକୁ ପରୀକ୍ଷା କରିବାକୁ ଚାହିଲେ ଓ ରାତିରେ ଅତିଥିନିବାସରେ ବିଶ୍ରାମ ନେବାକୁ ଆଦେଶ ଦେଲେ. ଏଣେ ଜ୍ୟୋତିଷ ଚିନ୍ତାରେ ଶୋଇ ପାରିଲା ନାହିଁ .
ସେଦିନ ରାତିରେ କିଛି ଚୋର ରାଜାପ୍ରାସାଦରେ ପଶି ଖଜଣାଘରର କାନ୍ଥକୁ ଖୋଳିବାକୁ ଲାଗିଲେ. ଏକଥା ଚାହିଁ ରହିଥିବା ଜ୍ୟୋତିଷ ଶୁଣିପାରିଲା. ତାର ସେଦିନର ମୁଷାର ଗାତ ଖୋଳିବା କଥା ମନେ ପଡିଗଲା. ତେଣୁ ସେ ଗାଇ ଉଠିଲା “କୁଟୁରୁ ମୂଷା ମାଟିରୁ ପେଲ”. ଏକଥା ଶୁଣି ଚୋର ମାନେ ଡରିଗଲେ. ସେମାନଙ୍କୁ ଲାଗିଲା ସିପାହୀମାନେ ଦେଖି ପକେଇଲେ. ତେଣୁ କାନ୍ଥ ଖୋଳା ଛ ଛାଡି ବାହାରକୁ ଦୌଡିବାରେ ଲାଗିଲେ. ସେମାନେ ବାରମ୍ବାର ପଛକୁ ଵୁଲି ଚାହୁଁଥାନ୍ତି, କାଳେ କେହି ପଛରୁ ଆସୁନାହିଁ ତ. ଜ୍ୟୋତିଷ ପୁଣି ଗାଇ ଉଠିଲା “ଧାଇଁ ଚଲ ଚଲ ଚାହେଁ ରେ”. ଏକଥା ଶୁଣି ଚୋରମାନେ ଅଧିକ ଡରିଗଲେ ଓ ଆହୁରି ଜୋରରେ ଦୌଡିବାକୁ ଲାଗିଲେ. ଜ୍ୟୋତିଷ ଶେଷ ଧାଡିଟି ଗାଇଉଠିଲା “ରାଜାଘର ଛୋଟା କଟୁଆଳ ନସର ପସର ଧାଏଁ ରେ”. ଏକଥା ଶୁଣି ଚୋରମାନେ ନିଶ୍ଚିତ ହୋଇଗଲେ ଯେ ସିପାହୀମାନେ ସେମାନଙ୍କୁ ଦେଖି ସାରିଛନ୍ତି, ତେଣୁ ଆଉ ଦୌଡି ଲାଭ ନାହିଁ. ସେମାନେ ଯାଇ ଜ୍ୟୋତିଷ ଆଗରେ ଆତ୍ମସମର୍ପଣ କରିଦେଲେ.
ତାପର ଦିନ ରାଜଦରବାରରେ ସବୁ କଥା ଶୁଣି ରାଜା ଜ୍ୟୋତିଷ ଉପରେ ଖୁସି ହୋଇ ତାକୁ ଅନେକ ପୁରସ୍କାର ଦେଲେ ଓ ଉଆସରେ ଏକ ଚାକିରି ବି ଦେଲେ. ଜ୍ୟୋତିଷ ନିଜ ପରିବାର ସହ ଖୁସିରେ ରହିଲା.
ହେଲେ ଏଇ ଚାରି ଧାଡିକ ଜ୍ୟୋତିଷର ଭାଗ୍ୟ ବଦଳାଇ ଦେଲା:
“କୁଟୁରୁ ମୂଷା ମାଟିରୁ ପେଲ୍ଧାଇଁ ଚଲ୍ ଚଲ୍ ଚାହେଁ ରେରାଜା ଘର ଛୋଟା କଟୁଆଳନସର ପସର ଧାଏଁ ରେ”