ନିଜ ବିଷୟରେ ପଦେ…
ଦୁଃଖ କହିବି ନା ସୁଖ କହିବି, ଯାହା ଅଙ୍ଗେ ନିଭା କଥା କହିବି। ଓଡିଆ ଭାଷାଟି ଆମର କେତେ ମଧୁର କହିଲେ। ସମୟ ସହିତ ତାଳ ଦେଇ ଆମେ ଆଗକୁ ତ ଚାଲିଗଲେ, ହେଲେ ଆମ ଭାଷା ଆଉ ଐତିହକୁ ପଛରେ ଛାଡି ଦେଇଗଲେ। ଦିନେ ଇଣ୍ଟରନେଟରେ କିଛି ଗୋଟେ ଆର୍ଟିକଲ ଖୋଜୁଖୋଜୁ ମଧୁବାବୁ ଲେଖିଥିବା ଏହି ପଙକ୍ତିଟି ପଢିଲି:
“ମାତୃଭୂମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀଗଣରେ ଗଣିବା ଅଜ୍ଞାନ ରହିବେ କାହିଁ”
ବାସ୍, ମନେମନେ ସ୍ଥିର କଲି ଏଣିକି ଓଡିଆ କହିବି ଆଉ ଓଡିଆରେ ଲେଖିବି। ଏହି ଉଦ୍ଦେଶ୍ୟ ନେଇ ଆଗକୁ ବଢିବାକୁ ଚେଷ୍ଟା କରିବି। ଚାଲୁ ଚାଲୁ ଯଦି ବାଟବଣା ହୁଏ ବା କେବେ ପଡିଯାଏ, ଆଶାକରେ ଆପଣମାନେ ସୁଧୀଜନେ ସାହାଯ୍ୟ କରିବେ।
ଓଡିଆ.com ୱେବସାଇଟରେ ଲେଖିବାକୁ ଇଚ୍ଛାଥିଲେ ମୋତେ ଯୋଗାଯୋଗ କର । ଏଇ ୱେବସାଇଟରେ ଯିଏ ଲେଖାଲେଖି କରିବ ସେ ୱେବସାଇଟର ଲାଭରୁ ମଧ୍ୟ ଶେୟାର ପାଇବ ।
LikeLike